ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର (ପଦ୍ୟ) - ସାହିତ୍ୟ କୁସୁମ - ପଞ୍ଚମ ଶ୍ରେଣୀ

ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର (ପଦ୍ୟ) - ସାହିତ୍ୟ କୁସୁମ - ପଞ୍ଚମ ଶ୍ରେଣୀ

କବି ପରିଚୟ

  • କବି - ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ
  • ଜନ୍ମ - ୧୦ ସେପ୍ଟେମ୍ବର ୧୯୦୩
  • ରଚିତ - କୁହୁକୁହୁ, ରୁଣୁଝୁଣୁ, ସୁଲୁସୁଲୁ,ଘଣ୍ଟି ଘାଗୁଡ଼ି, କଳାବଉଦ, ଭାଇଭଉଣୀ, ମୂଷି ମାଉସୀ, ହଜିଲା ବଳଦ ଖୋଜିଲା ଠେଇଁ, ଡାଳରେ ମାଙ୍କଡ ମାରଇ ଡିଆଁ, ଉଦୟଭାନୁ ଇତ୍ୟାଦି ।
  • ଦେହାନ୍ତ - ୧୯୯୪ ମସିହା

କଠିନ ଶବ୍ଦାର୍ଥ

  • ଧ୍ବଜା - ପତାକା
  • ବିଦେଶୀ - ଅନ୍ୟ ଦେଶବାସୀ (ଇଂରେଜ)
  • ଅଧୀନ - ଆୟତ୍ତ
  • ସେକାଳେ - ସେ ସମୟରେ
  • କ୍ଳେଶ - ଦୁଃଖ/କଷ୍ଟ
  • ସ୍ବାଧୀନ - ଆତ୍ମ ନିର୍ଭରଶୀଳ
  • କର୍ତ୍ତବ୍ୟ - ଯାହା କରିବା ଉଚିତ
  • ପଥ - ବାଟ/ଦିଗ
  • ଅଗ୍ରସର - ଆଗକୁ ବଢିବା
  • ଟେକ - ସମ୍ମାନ
  • ବଳି - ଜୀବନକୁ ବାଜି ଲଗାଇ
  • ସ୍ବଦେଶ - ନିଜ ଦେଶ
  • ବ୍ରତ - ଆଚରଣ/ନିୟମ/ପ୍ରତିଜ୍ଞା
  • ଅଛୁଆଁ - ଏକ ପ୍ରକାର ଭେଦଭାବ
  • ସଭିଏଁ - ସମସ୍ତେ
  • ସଭିଙ୍କ - ସମସ୍ତଙ୍କ
  • ହିତ - ଉପକାର/ମଙ୍ଗଳ
  • ଆପଣାର - ନିଜର
  • କେ - କେହି
  • ପର - ଅନ୍ୟ ଲୋକ
  • ଟେକ - ସମ୍ମାନ
  • ବିବିଧ - ବିଭିନ୍ନ
  • ଉତପନ୍ନ - ତିଆରି/ସୃଷ୍ଟି
  • ଦ୍ରବ୍ୟ - ଜିନିଷ/ବସ୍ତୁ
  • ନାନା - ଅନେକ ପ୍ରକାରର
  • କାରିଗର - ଶିଳ୍ପୀ/ଶ୍ରମିକ
  • ନୋଇଁବୁ - ନୁଆଁଇବୁ/ତଳକୁ
  • ମଥା - ମୁଣ୍ଡ
  • ପ୍ରାଣ - ଜୀବନ
  • ମରତେ - ମର୍ତ୍ତ୍ୟରେ
  • ଖେଳାଇବୁ - ପରିବର୍ତ୍ତନ ଆଣିବୁ
  • ସୁଷମା - ସୁନ୍ଦରତା/ସୌନ୍ଦର୍ଯ୍ୟ
  • ସରଗର - ସ୍ବର୍ଗର
  • ନୋହିବୁ - ନ ହେବୁ/ହେବୁ ନାହିଁ
  • ପ୍ରତିଜ୍ଞା - ଶପଥ
  • ସନ୍ତାନ - ଶିଶୁ

ଅଭ୍ୟାସ ପ୍ରଶ୍ନୋତ୍ତର

୧. ଆସ କଥାବାର୍ତ୍ତା ହେବା ।
କ) ଆମ ଦେଶ ପରାଧୀନ ଥିବାବେଳେ କ'ଣ ଅସୁବିଧା ହେଉଥିଲା ?
    ଉତ୍ତର: ଆମ ଦେଶ ପରାଧୀନ ଥିବାବେଳେ ଇଂରେଜମାନେ ଆମ ଦେଶର ଲୋକ ମାନଙ୍କୁ ଅନେକ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ଦେଇ ଲୋକମାନଙ୍କ ଠାରୁ ଖଜଣା ଆଦାୟ କରୁଥିଲେ । ଆଦାୟ ହେଉଥିବା ଧନ ସମ୍ପତ୍ତି ଗୁଡିକୁ ନିଜ ଦେଶକୁ ନେଇଯାଉଥିଲେ । ଯାହା ଫଳରେ ଆମ ଦେଶର ସମ୍ପତ୍ତି ହ୍ରାସ ପାଇବା ସହ ଦେଶର ଉନ୍ନତିରେ ବାଧା ସୃଷ୍ଟି ହେଉଥିଲା ।

ଖ) ଦେଶ ସ୍ଵାଧୀନ ହେବା ପରେ ଆମେ କେଉଁ କାମ କରିପାରିବା ବୋଲି କବିତାରେ କୁହାଯାଇଛି ?
    ଉତ୍ତର: ଦେଶ ସ୍ଵାଧୀନ ହେବା ପରେ ଆମେ କର୍ତ୍ତବ୍ୟ ପଥରେ ଅଗ୍ରସର ହୋଇ ଭଲ କାମ ଗୁଡିକ କରି ଇତିହାସେ ନାମ ରଖିପାରିବା । ଦେଶ ସେବାକୁ ଜୀବନର ଆଚରଣ ମନେ କରି ଭୋକିଲା ଲୋକଙ୍କୁ ସାହାଯ୍ୟ କରି ପାରିବା । ନିଜ ଜୀବନକୁ ବାଜି ଲଗାଇ ଜାତିର ଟେକ ରଖି ପାରିବା । ଛୁଆଁ ଅଛୁଆଁ ଭେଦ ଭାବ ଦୂର କରି, ସମସ୍ତଙ୍କୁ ଆପଣାର ଭାବି ସଭିଙ୍କ ହିତ ପାଇଁ କାମ କରି ପାରିବା । ଦେଶର ବେରୋଜଗାର ସମସ୍ୟା ଦୂର କରିବା ପାଇଁ ବିଭିନ୍ନ କାରଖାନା ଖୋଲି ପାରିବା । ବୀର ଜାତି ପରି ମଥା ଟେକି ଆମେ କହୁଥିବା କଥାକୁ କାର୍ଯ୍ୟରେ ପରିଣତ କରି ଏହି ମର୍ତ୍ତ୍ୟରେ ସ୍ବର୍ଗର ସୁଷମା ଖେଳାଇ ପାରିବା ଏବଂ ଆମେ ଭାରତର କୋଟି ସନ୍ତାନ ମାନେ ପ୍ରତିଜ୍ଞା କରି ଜ୍ଞାନ ବିଜ୍ଞାନରେ ଆଗକୁ ବଢିପାରିବା ବୋଲି କବିତାରେ କୁହାଯାଇଛି ।

ଗ) ଜାତିର ଟେକ ରଖିବା ପାଇଁ ଆମକୁ କଣ କରିବାକୁ ପଡିବ ?
    ଉତ୍ତର: ଜାତିର ଟେକ ରଖିବା ପାଇଁ ଆମକୁ ଦେଶର ଦାରିଦ୍ରତା, ବେରୋଜଗାର ସମସ୍ୟା, ଛୁଆଁ ଅଛୁଆଁ ଭେଦ ଭାବ ଦୂର କରିବା ସହ ନିଜ ଜୀବନକୁ ବଳି ଦେଇ ଦେଶ ସେବାକୁ ନିଜ ଜୀବନର ବ୍ରତ କରିବାକୁ ପଡିବ । ତା ସହ ଦେଶର ଉନ୍ନତିକୁ କର୍ତ୍ତବ୍ୟ ପଥ ରୂପେ ଗ୍ରହଣ କରିବାକୁ ପଡିବ ।

ଘ) ଦେଶର ଉନ୍ନତି ପାଇଁ କେଉଁ କେଉଁ କାମ ସ୍ଵାଧୀନ ଭାରତରେ କରାଯିବ ବୋଲି ଆଶା କରାଯାଇଛି ?
    ଉତ୍ତର: ଦେଶର ଉନ୍ନତି ପାଇଁ ଭଲ କାମ କରି ଇତିହାସରେ ଦେଶର ନାମ ଲେଖାଯିବ । ଦେଶର ଦାରିଦ୍ରତା ଓ ଲୋକ ମାନଙ୍କ ମଧ୍ୟରେ ଥିବା ଛୁଆଁ ଅଛୁଆଁ ଭେଦଭାବ ଦୂର କରାଯିବ । ବିଭିନ୍ନ କାରଖାନା ଖୋଲି ଅସଂଖ୍ୟ କାରିଗରଙ୍କୁ ରୋଜଗାର ଦିଆଯିବ ଓ ନାନା ପ୍ରକାର ଦ୍ରବ୍ୟ ଉତ୍ପନ୍ନ କରାଯିବ । ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଉନ୍ନତି ଅଣାଯିବ ବୋଲି ସ୍ଵାଧୀନ ଭାରତରେ ଆଶା କରାଯାଇଛି ।

ଙ) ଆମେ କାହିଁକି ମଥା ନୋଇଁବୁ ନାହିଁ ବୋଲି କବି କହିଛନ୍ତି ?
    ଉତ୍ତର: ଆମେ ଭାରତୀୟ ମାନେ ବୀର ଜାତି । ଶତ୍ରୁକୁ ନ ଡରି ତାହାର ସାମନା କରିବା ଶିଖିଛୁ । ତେଣୁ ଆମେ ମଥା ନୋଇଁବୁ ନାହିଁ ବୋଲି କବି କହିଛନ୍ତି ।

୨. ଉତ୍ତର ଲେଖିବା ।
କ) କାଠକୁ କିପରି କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି ?
    ଉତ୍ତର: କଥାକୁ ପ୍ରାଣ ଦେଇ କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି ।

ଖ) ସ୍ଵାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରୀରେ କି ପରିବର୍ତ୍ତନ ଆଣିପାରିବା କବି କହିଛନ୍ତି ?
    ଉତ୍ତର: ସ୍ଵାଧୀନ ଭାରତର ଶିଶୁମାନେ ସ୍ଵର୍ଗର ସୌନ୍ଦର୍ଯ୍ୟତାକୁ ମର୍ତ୍ତ୍ୟପୁରୀକୁ ଆଣିପାରିବେ ବୋଲି କବି କହିଛନ୍ତି ।

ଗ) କେଉଁ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଅଯାଇଛି ?
    ଉତ୍ତର: ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି ।

ଘ) କେଉଁମାନେ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି ?
    ଉତ୍ତର: ଭାରତୀୟ ମାନେ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି ।

ଙ) ଦେଶରେ କଳକାରଖାନା ଗଢି ଉଠିଲେ ଆମର କ'ଣ ସୁବିଧା ହେବ ?
    ଉତ୍ତର: ଦେଶରେ କଳକାରଖାନା ଗଢି ଉଠିଲେ ଦେଶର ବେରୋଜଗାର ସମସ୍ୟା ଦୂର ହେବ । ବିଭିନ୍ନ ଦ୍ରବ୍ୟ ଉତ୍ପନ୍ନ ହେବ । ନିଜ ଦେଶରେ ଉତ୍ପନ୍ନ ହେବା ଯୋଗୁଁ ସୁଲଭ ମୂଲ୍ୟରେ ଜିନିଷ ଗୁଡିକ ମିଳିବ ।

୩. କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦଟି ବାଛି ଲେଖିବା ।
    କ) ସେ ସମୟରେ କଷ୍ଟ ଭୋଗୁଥିଲୁ, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଳେଶ ।
    ଖ) ଦେଶ ସେବାକୁ ଜୀବନର ବ୍ରତ କରିବା, ସ୍ୱଦେଶ  ସେବା ବ୍ରତ କରିବୁ ଜୀବନର ।
    ଗ) ସମସ୍ତଙ୍କ ପାଇଁ ଭଲ କାମ କରିବା, ସଭିଙ୍କ ହିତ ପାଇଁ କରିବୁ ଆମେ କାମ ।
    ଘ) ବହୁ ଜିନିଷ ସୃଷ୍ଟି ହେବ, ଯେପରି ଉତପନ୍ନ ହୋଇବ ଦ୍ରବ୍ୟ ନାନା ।
    ଙ) ଯାହା କରିବୁ ତାହା ପ୍ରାଣ ଦେଇ କରିବୁ, କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା ।

୪. 'ଧ୍ଵଜା' ସହିତ ଯେପରି 'ଫରଫର'ର ସମ୍ପର୍କ ଅଛି, ତଳେ ଦିଆଯାଇଥିବା ଶବ୍ଦଗୁଡିକ ସହିତ ଯାହାର ସମ୍ପର୍କ ଅଛି ତାହାକୁ ସେହି ଶବ୍ଦ ପାଖରେ ଲେଖିବା ।
    କ) ଝରଣା - କଳକଳ ।
    ଖ) ଓଦା - ସରସର ।
    ଗ) ରାଗ - ଗରଗର ।
    ଘ) ଚାଲି - ତରତର ।
    ଙ) ଶୀତ - ଥରଥର ।

୫.
କ) ତଳେ କବିତାରେ ଥିବା କେତେକ ଶବ୍ଦ ଦିଆଯାଇଛି, ସେଗୁଡିକ ପୂର୍ବରୁ ଉପଯୁକ୍ତ ଗୋଟିଏ ଲେଖାଏଁ ଶବ୍ଦ ଯୋଡିବା ।
    ବିଦେଶୀ ଶାସନ
    ଜାତୀୟ ଧ୍ଵଜା
    କର୍ତ୍ତବ୍ୟ ପଥ
    ଅସଂଖ୍ୟ କାରିଗର

ଖ) ତଳେ କବିତାରେ ଥିବା ଶବ୍ଦ ଦିଆଯାଇଛି, ସେଗୁଡ଼ିକ ପରେ ଉପଯୁକ୍ତ ଗୋଟିଏ ଲେଖା ଶବ୍ଦ ଯୋଡିବା ।
    ସ୍ଵଦେଶ ସେବା
    ବୀର ଜାତି

୬. ଯେପରି 'ବିଦେଶୀ' ପାଇଁ 'ସ୍ବଦେଶୀ' ନିମ୍ନରେ ଦିଆଯାଇଥିବା ଶବ୍ଦଗୁଡିକ ପାଇଁ କ'ଣ ହେବ ଲେଖ ।
    ସ୍ଵାଧୀନ ପରାଧୀନ, ଭଲ ମନ୍ଦ, ପର ଆପଣା, ହିତ ଅହିତ, ବୀର ଭୀରୁ

୭. ଯେପରି 'କର୍ତ୍ତବ୍ୟ' ଶବ୍ଦ ସହ 'ପଥ' ଶବ୍ଦ ମିଶି 'କର୍ତ୍ତବ୍ୟପଥ' ହୋଇଛି, ସେହିପରି ତଳେ ଦିଆଯାଇଥିବା ଶବ୍ଦମାନଙ୍କ ମଧ୍ୟରୁ ଯେଉଁ ଶବ୍ଦରେ 'ପଥ' ଯୋଗ କରି ନୂଆ ଶବ୍ଦ ଗଢି ହେବ ସେଗୁଡିକୁ ଲେଖ ।
    (ସତ୍ୟ, ଟେକ, ଧର୍ମ, ଧ୍ବଜା, ଗତି, ଛାୟା, ଦ୍ରବ୍ୟ, କର୍ମ, ପ୍ରାଣ, ଜ୍ଞାନ)
    ସତ୍ୟ ସତ୍ୟପଥ, ଧର୍ମ ଧର୍ମପଥ, ଗତି ଗତିପଥ, ଛାୟା ଛାୟାପଥ, କର୍ମ କର୍ମପଥ, ଜ୍ଞାନ ଜ୍ଞାନପଥ

୮. ପତାକାର ଆଉ କେତୋଟି ପ୍ରତିଶବ୍ଦ ଲେଖିବା ।
    ଉତ୍ତର: ଧ୍ଵଜ, ବାନା, କେତନ, ନେତ ।

୯. ଯେପରି 'ଶାସନ' ପାଇଁ 'ଶାସିତ', 'ଦଳ' ରୁ 'ଦଳୀୟ' ହୋଇଛି ସେପରି ତଳେ ଦିଆଯାଇଥିବା ଶବ୍ଦ ମାନଙ୍କର ନୂଆ ରୂପ ଲେଖିବା ।
    ଉତ୍ପାଦନ ଉତ୍ପାଦିତ
    ନାମ ନାମିତ
    ଜାତି ଜାତୀୟ
    ବିଦେଶ ବିଦେଶୀୟ
    ଜୀବନ ଜୀବିତ

୧୦. ତଳେ 'କ' ଓ 'ଖ' ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି । ସେ ଶବ୍ଦ ଦୁହିଁଙ୍କୁ ମିଳାଇ ଯେଉଁ ନୂଆ ପଦଟି ହେଉଛି ତାକୁ 'ଗ' ସ୍ତମ୍ଭରେ ଲେଖିବା ।
'କ' ସ୍ତମ୍ଭ'ଖ' ସ୍ତମ୍ଭ'ଗ' ସ୍ତମ୍ଭ
କାମଖରଖରକାମ ତରତର
ଲୁହଗରଗରଲୁହ ଝରଝର
ରାଗଝରଝରରାଗ ଗରଗର
ବଚନତରତରବଚନ ଖରଖର
ପତାକାସରସରପତାକା ଫରଫର
ଓଦାଫରଫରଓଦା ସରସର

-----xxxxx-----

Search Tags: Jaatiya Dhwajaa Aama Udai Farafara (Poem) in Odia{alertInfo}

Admin

Hi, I'm Dew, the Admin of Odiasaathi.in. I created this site to share helpful informations, simple explanations, literary works, and useful resorces for students and readers in Odisha. Stay Connected.

Post a Comment

Don't post SPAM LINK here.

Prev Post Next Post