ଶସ୍ୟ ଉତ୍ପାଦନ ଓ ପରିଚାଳନା - ବିଜ୍ଞାନ - ଅଷ୍ଟମ ଶ୍ରେଣୀ

 

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

୧) ନିମ୍ନରେ ଥିବା ବନ୍ଧନୀ ମଧ୍ୟରୁ ଠିକ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
    (ଭାସିବା, ଜଳ, ଫସଲ, ପୋଷାକ, ବୁଡିବା, ପ୍ରସ୍ତୁତି)
    (କ) କୌଣସି ଏକ ପ୍ରକାର ଉଦ୍ଭିଦ ବହୁ ପରିମାଣରେ ଚାଷ କରିବାକୁ ଫସଲ କୁହାଯାଏ ।
    (ଖ) ଫସଲ ଉତ୍ପାଦନ ପୂର୍ବରୁ ମୃତ୍ତିକା
ପ୍ରସ୍ତୁତି ପ୍ରଥମ ପଦକ୍ଷେପ ଅଟେ ।
    (ଗ) ନଷ୍ଟ ହୋଇଥିବା ମଞ୍ଜି ଗୁଡିକ ପାଣି ଉପରେ
ଭାସିବା କୁ ଲାଗେ ।
    (ଘ) ଫସଲ ଉତ୍ପାଦନ ପାଇଁ ପ୍ରଚୁର ସୂର୍ଯ୍ୟାଲୋକ ଏବଂ
ଜଳ ସହ ମୃତ୍ତିକାସ୍ଥ ପୋଷକ ଆବଶ୍ୟକ ।

୨) 'କ' ସ୍ତମ୍ଭର ଶବ୍ଦ ସହ 'ଖ' ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ମିଳାଅ ।
'କ' ସ୍ତମ୍ଭ'ଖ' ସ୍ତମ୍ଭ
ଖରିଫ ଫସଲଧାନ ଓ ମକା
ରବି ଫସଲଗହମ, ବୁଟ ଓ ମଟର
ରାସାୟନିକ ସାରୟୁରିଆ ଏବଂ ସୁପର ଫସଫେଟ
ଜୈବିକ ସାରପ୍ରାଣୀର ମାଳ ଓ ଗୋବର, ମୂତ୍ର ଏବଂ ଉଦ୍ଭିଦ ଅବଶେଷ

୩) ପ୍ରତ୍ୟେକ ରୁ ଦୁଇଟି ଲେଖାଏଁ ଉଦାହରଣ ଦିଅ ।
    (କ) ଖରିଫ ଫସଲ - ଧାନ ଓ ମକା ।
    (ଖ) ରବି ଫସଲ - ଗହମ ଓ ବୁଟ ।

୪) ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
    (କ) ସବୁଜ ସାର କାହାକୁ କହନ୍ତି ?
        ଉତ୍ତର : ଅଣୁଜୀବ ଦ୍ଵାରା ମାଟିରେ ପଚିସଢି ପାରୁଥିବା କଞ୍ଚା ଡାଳ ପତ୍ର ଓ ଅନ୍ୟାନ୍ୟ ଜୈବିକ ସାରକୁ ସବୁଜ ସାରା କୁହାଯାଏ ।

    (ଖ) 'କମ୍ବାଇନ' ମେସିନ ର କାର୍ଯ୍ୟ କ'ଣ ?
        ଉତ୍ତର : ଧାନ କାଟିବା ଓ ଧାନରୁ ଅଗାଡି ଅଲଗା କରିବା, ଏହି ଉଭୟ କାର୍ଯ୍ୟ ଯେଉଁ ମେସିନ କରିପାରେ ତାକୁ କମ୍ବାଇନ କୁହାଯାଏ ।

    (ଗ) ଅମଳ ପରେ ମଞ୍ଜିକୁ ପବନରେ ଉଡ଼ାଯାଏ କାହିଁକି ?
        ଉତ୍ତର : ଅମଳ ପରେ ପରିଷ୍କୃତ ମଞ୍ଜି ସଂଗୃହୀତ କରିବା ପାଇଁ କୁଲା ବା ମେସିନ ସାହଯ୍ୟରେ ଅଗାଡି ଅଲଗା କରାଯାଏ ।

    (ଘ) ଉତ୍ତମ ମଞ୍ଜି ବାଛିବା କିପରି ?
        ଉତ୍ତର : ନଷ୍ଟ ହୋଇଥିବା ମଞ୍ଜିଗୁଡିକ ଉତ୍ତମ ମଞ୍ଜି ଅପେକ୍ଷା ହାଲୁକା ଥାଆନ୍ତି । ତେଣୁ ଏହି ହାଲୁକା ମଞ୍ଜି ଗୁଡିକୁ ଅଲଗା କରିବା ପାଇଁ ପାଣିରେ ଭସା ପଦ୍ଧତି ଏକ ଉତ୍କୃଷ୍ଟ ଉପାୟ ଅଟେ ।

    (ଙ) ବୁନ୍ଦା ଜଳସେଚନ କହିଲେ କ'ଣ ବୁଝ ?
        ଉତ୍ତର : ଉଦ୍ଭିଦ ମୂଳରେ ବୁନ୍ଦା ବୁନ୍ଦା କରି ଜଳ ଯୋଗାଇବା ପଦ୍ଧତିକୁ ବୁନ୍ଦା ଜଳସେଚନ କୁହାଯାଏ ।

୫) ସଂକ୍ଷେପରେ ନିଜ ଭାଷାରେ ଲେଖ ।
  (କ) ମୃତ୍ତିକା ପ୍ରସ୍ତୁତି :
  • ଫସଲ ଉତ୍ପାଦନ କରିବା ପାଇଁ ମାଟିକୁ ହାଲୁକା କରି ଅନୁକୂଳ ବାତାବରଣ ସୃଷ୍ଟି କରାଯାଏ ଯାହାକୁ ମୃତ୍ତିକା ପ୍ରସ୍ତୁତି କୁହାଯାଏ ।
  • ଏହା ଦ୍ଵାରା ମାଟିରେ ଥିବା ଭୌତିକ, ରାସାୟନିକ ଓ ଜୈବିକ ଗୁଣରେ ପରିବର୍ତ୍ତନ ଘଟିଥାଏ ।
  • ଏହା ଦୁଇ ପ୍ରକାରର, (i) ପ୍ରାରମ୍ଭିକ ପ୍ରସ୍ତୁତି, (ii) ଅନ୍ତଃ ବା ପରବର୍ତ୍ତୀ ପଦ୍ଧତି ।
  • ପ୍ରାରମ୍ଭିକ ମୃତ୍ତିକା ପ୍ରସ୍ତୁତି ପାଇଁ ଉପକରଣ(ଲଙ୍ଗଳ) ବ୍ୟବହାର କରାଯାଏ ।
  • ଅନ୍ତଃ ବା ପରବର୍ତ୍ତୀ ମୃତ୍ତିକା ପ୍ରସ୍ତୁତି ପାଇଁ ନିମ୍ନଲିଖିତ ଉପକରଣ ବ୍ୟବହାର କରାଯାଏ । ଯଥା : (i) କଲଟିଭେଟର, (ii)ମଇ, (iii)କୋଡି, (iv)କୋଦାଳ ଇତ୍ୟାଦି ।
  (ଖ) ମଞ୍ଜିବୁଣା :
  • ମୃତ୍ତିକା ପ୍ରସ୍ତୁତି ପରେ ଚାଷୀ ନିଜ ହାତରେ ବୁଣି ଥାଏ । ଯାହା ଫଳରେ ମଞ୍ଜି ଉଚିତ ଦୂରତାରେ ପଡେ ନାହିଁ ଓ ଅଧିକ ବିହନ ଖର୍ଚ୍ଚ ହୁଏ ।
  • ବିହନ ବୁଣିବା ବେଳେ ବିହନ ବୁଣା ଯନ୍ତ୍ରର ବ୍ୟବହାର କରିବା ଦରକାର ।
  • ଆଜିକାଲି ଟ୍ରାକ୍ଟରରେ ଖଞ୍ଜାଯାଇଥିବା ଡ୍ରିଲିଂ ଯନ୍ତ୍ର ଦ୍ଵାରା ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି । ଯାହାଦ୍ଵାରା ମଞ୍ଜିଗୁଡିକ ମାଟି ଭିତରେ ପୋତି ହୋଇଯାଏ ଏବଂ ପକ୍ଷୀମାନେ ଏଗୁଡ଼ିକୁ ଖାଇପାରନ୍ତି ନାହିଁ ।
  • ବିହନ ବୁଣା ଯନ୍ତ୍ର ବ୍ୟବହାର ଦ୍ଵାରା ସମୟ ଓ ମଜୁରି କମ ଖର୍ଚ୍ଚ ହୁଏ ।
  (ଗ) ଉଇନୋଇଙ୍ଗ :
  • ଅମଳ ହୋଇଥିବା ଫସଲକୁ କୁଲା ବା ମେସିନ ସାହଯ୍ୟରେ ଉଡାଇ ଅଗାଡି ଅଲଗା କରିବା ପ୍ରକ୍ରିୟାକୁ ଉଇନୋଇଙ୍ଗ କୁହାଯାଏ ।
  • କୁଲା ଦ୍ଵାରା ଅଗାଡି ଅଲଗା କରିବା ପ୍ରକ୍ରିୟା ଅଧିକ ସମୟ ଓ ପରିଶ୍ରମ ଆବଶ୍ୟକ କରେ ।
  • ବର୍ତ୍ତମାନ ଦୁଇଟି ପ୍ରକ୍ରିୟାରେ ଶସ୍ୟ ସଫା କରିବା ଯନ୍ତ୍ର ବ୍ୟବହାର କରାଯାଏ । ଯଥା : (i) ହସ୍ତଚାଳିତ ପଙ୍ଖା, (ii) ମୋଟର ଖଞ୍ଜିତ ବା ବିଦ୍ୟୁତ ଚାଳିତ ପଙ୍ଖା ।

୬) ରାସାୟନିକ ସାର, ଜୈବିକ ସାର ଠାରୁ କିପରି ପୃଥକ ?
ରାସାୟନିକ ସାର ଜୈବିକ ସାର
ଖଣିଜ କିମ୍ବା ରାସାୟନିକ ଉପାୟରେ କଳକାରଖାନା ମାନଙ୍କରେ ତିଆରି ହୁଏ । ଉଦ୍ଭିଦ ଓ ପ୍ରାଣୀମାନଙ୍କର ଦେହବଶେଷରୁ ସୃଷ୍ଟି ହେଉଥିବା ବର୍ଜ୍ୟ ବସ୍ତୁର ଅପଘଟନରୁ ଜମିରେ ପ୍ରସ୍ତୁତ କରାଯାଇଥାଏ ।
ମୃତ୍ତିକାକୁ କୌଣସି ହ୍ୟୁମସ ପ୍ରଦାନ କରି ନ ଥାଏ । ମୃତ୍ତିକାକୁ ପ୍ରଚୁର ପରିମାଣରେ ହ୍ୟୁମସ ଯୋଗାଇଥାଏ ।
ଏଠାରେ ପ୍ରଚୁର ପରିମାଣରେ ଉଦ୍ଭିଦ ପୋଷକ (N,P,K) ରହିଥାଏ । ଏଠାରେ ଉଦ୍ଭିଦ ପୋଷକ ରାସାୟନିକ ସାର ଅପେକ୍ଷାକୃତ କମ ଥାଏ ।
ଏଠାରେ ପୋଷକ ଗୁଡିକ ନିର୍ଦ୍ଦିଷ୍ଟ ଅନୁପାତରେ ଥାଆନ୍ତି । ଏଠାରେ ପୋଷକ ଗୁଡିକ ନିର୍ଦ୍ଦିଷ୍ଟ ଅନୁପାତରେ ନ ଥାଏ ।
ଏହାର ପ୍ରୟୋଗ ଦ୍ଵାରା ମୃତ୍ତିକାର ପ୍ରାକୃତିକ ସ୍ଵାସ୍ଥ୍ୟ ହ୍ରାସ ହୁଏ । ଜୈବିକ ସାର ପ୍ରାକୃତିକ ସ୍ଵାସ୍ଥ୍ୟ ବଜାୟ ରଖେ ।

୭) ଜଳସେଚନ କାହାକୁ କହନ୍ତି ? ଜଳସେଚନର ଦୁଇଟି ପଦ୍ଧତି ବର୍ଣ୍ଣନା କର, ଯେଉଁଥିରେ ଜଳ ସଂରକ୍ଷଣ ହୁଏ ।
    ଉତ୍ତର : ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଫସଲକୁ ଆବଶ୍ୟକ ପରିମାଣର ଜଳ ଯୋଗାଇବା କାର୍ଯ୍ୟକୁ ଜଳସେଚନ କୁହାଯାଏ ।
    • କୂଅ, ନଳକୂଅ, ପୋଖରୀ, ହ୍ରଦ, କେନାଲ, ନଦୀ ଓ ଜଳଭଣ୍ଡାର ଗୁଡିକ ଜଳସେଚନର ଉତ୍ସ ଅଟନ୍ତି ।
    • ପୁରାତନ ପଦ୍ଧତିରେ କୂଅ, ନଦୀନାଳରୁ ବିଭିନ୍ନ ଉପାୟରେ ମଣିଷ ଓ ଗୃହପାଳିତ ପଶୁମାନଙ୍କ ସାହଯ୍ୟରେ ଜଲେଚନ କରାଯାଉଥିଲା । କିନ୍ତୁ ତାହା ଫଳପ୍ରଦ ନ ହେବାରୁ ଏବେ ଆଧୁନିକ ପଦ୍ଧତିରେ ଜଳସେଚନ କରାଯାଉଛି ।
    • ଜଳ ସେଚନ ପଦ୍ଧତି ଦୁଇ ପ୍ରକାରର :
    •   (i) ପୁରାତନ ଜଳସେଚନ ପଦ୍ଧତି - ମୋଟ, ଚେନପମ୍, ତେଣ୍ଡା, ଲିଭର ପଦ୍ଧତି ।
        (ii) ଆଧୁନିକ ଜଳସେଚନ ପଦ୍ଧତି - ଛିଞ୍ଚା ବା ସ୍ପ୍ରିଙ୍କଲର ପଦ୍ଧତି, ବୁନ୍ଦା ପଦ୍ଧତି ।
  • ଛିଞ୍ଚା ବା ସ୍ପ୍ରିଙ୍କଲର ପଦ୍ଧତି :
    • ପର୍ଯ୍ୟାପ୍ତ ଜଳ ପାଉନଥିବା ଅସମତଳ ସ୍ଥାନରେ ଏହି ପଦ୍ଧତିରେ ଜଳସେଚନ କରାଯାଏ ।
    • ଏହି ପଦ୍ଧତିରେ ଜଳକୁ ପମ୍ପ, ମୁଖ୍ୟ ନାଳ, ଉପମୁଖ୍ୟ ନାଳ, ଶାଖା ନାଳ ଓ ମାଧ୍ୟମରେ ଫସଲକୁ କୃତ୍ରିମ ବର୍ଷ ରୂପେ ଯୋଗାଯାଏ ।
    • ମାଟି ବାଲିଆ ଥିଲେ, ଜମିକୁ ସମତଳ କରିବା ସମ୍ଭବ ହେଉନଥିଲେ କିମ୍ବା ପର୍ଯ୍ୟାପ୍ତ ଜଳ ମିଳୁନଥିଲେ ଏହି ପଦ୍ଧତିରେ ଜଳସେଚନ କରାଯାଏ ।
    • ମରୁଡି ସମୟରେ ଫସଲର ଜୀବନ ରକ୍ଷା କରିବା ପାଇଁ ଏହି ପଦ୍ଧତି ଉତ୍କୃଷ୍ଟ ଅଟେ ।
    • କଫି, ଚା, ଫଳ ବଗିଚା ଆଦି ଅର୍ଥକାରୀ ଫସଲ ପାଇଁ ଏହା ଏକ ଉତ୍ତମ ବ୍ୟବସ୍ଥା ଅଟେ ।
  • ବୁନ୍ଦା ପଦ୍ଧତି :
    • ଏହା ଏକ ଆଧୁନିକ ଜଳସେଚନ ପଦ୍ଧତି ଅଟେ ।
    • ଏହି ପଦ୍ଧତିରେ ଜଳକୁ ପମ୍ପ, ଚାପ ନିୟନ୍ତ୍ରକ, ଛଣା ଯନ୍ତ୍ର, ମୁଖ୍ୟ ନାଳ, ଉପମୁଖ୍ୟ ନାଳ, ଶାଖା ନାଳ, ଉଦଗାରିଣୀ ନଳୀ ଓ କପାଟି ଦେଇ ଗଛ ମୂଳକୁ ଦିଆଯାଏ ।
    • ଜଳ ଅଭାବ ଏବଂ ଲବଣତା ସମସ୍ୟା ଥିବା ଅଞ୍ଚଳରେ ଏହି ପ୍ରଣାଳୀରେ ଜଳ ବୁନ୍ଦା ବୁନ୍ଦା ହୋଇ ଅନବରତ ବା ଅଳ୍ପ କିଛି ସମୟ ବ୍ୟବଧାନରେ ଗଛ ମୂଳରେ ସରୁ ପ୍ଲାଷ୍ଟିକ ପାଇପ ସାହଯ୍ୟରେ ପଡିଥାଏ ।
    • ଏହି ପ୍ରଣାଳୀ ଦ୍ଵାରା କଳା ବହୁତ କମ ଖର୍ଚ୍ଚ ହୁଏ । କାରଣ ଏହି ପ୍ରଣାଳୀରେ ଗଛକୁ ଯେତେ ଜଳ ଆବଶ୍ୟକ ସେତିକି ହିଁ ଦିଆଯାଏ ।

୮) ବର୍ଷାଦିନେ ଗହମ ବୁଣିଲେ କ'ଣ ଅସୁବିଧା ହେବ, କାରଣ ସହ ବର୍ଣ୍ଣନା କର ।
   ଉତ୍ତର : ଆମ ଦେଶ ଭାରତ ଏକ କୃଷିପ୍ରଧାନ ଦେଶ ଅଟେ । ଏହାର ଜଳବାୟୁର ଅବସ୍ଥା ଆଞ୍ଚଳିକ ଭିତ୍ତିରେ ଭିନ୍ନ ଭିନ୍ନ ଅଟେ । ଏହି ଅନୁସାରେ ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ, ଭିନ୍ନ ଭିନ୍ନ ଋତୁରେ ହୁଏ ।
         ବର୍ଷା ଦିନେ ଚାଷ କରାଯାଉଥିବା ଫସଲକୁ ଖରିଫ ଫସଲ ଓ ଶୀତଦିନେ ଚାଷ କରାଯାଉଥିବା ଫସଲକୁ ରବି ଫସଲ କୁହାଯାଏ । ଗହମ ଏକ ରବି ଫସଲ ଅଟେ । ଯାହା ଶୀତଦିନେ ଚାଷ କରିବା ଉଚିତ ଅଟେ । ଯଦି ଏହାକୁ ଆମେ ବର୍ଷାଦିନେ ଚାଷ କରିବା ତେବେ ଏହା ନିଶ୍ଚିତ ଭାବେ ଶୀତଦିନ ଅପେକ୍ଷା କମ ଉତ୍ପାଦନକ୍ଷମ ହେବ ।

୯) ବାରମ୍ବାର ଫସଲ ଚାଷ କଲେ ଜମିର କି କ୍ଷତି ହୁଏ ?
    ଉତ୍ତର:
  • ବାରମ୍ବାର ଗୋଟିଏ ଜମିରେ ଗୋଟିଏ ପ୍ରକାର ଚାଷ କଲେ ମୃତ୍ତିକାର ନିର୍ଦ୍ଦିଷ୍ଟ କେତେକ ପୋଷକର ପରିମାଣ ହ୍ରାସ ପାଏ ।
  • ବାରମ୍ବାର ଗୋଟିଏ ଜମିରେ ଗୋଟିଏ ପ୍ରକାର ଚାଷ କଲେ ଜମିରେ ସାର ପ୍ରୟୋଗ କରିବାକୁ ପଡେ ।
  • ରାସାୟନିକ ସାର ପ୍ରୟୋଗ କରିବା ଦ୍ଵାରା କେତେକ ଉପକାରୀ ଅଣୁଜୀବ ଓ ଜିଆ ନଷ୍ଟ ହୋଇଯିବା ଫଳରେ ଜମି ତା'ର ଉର୍ବରତା ହରାଏ ।

୧୦) ତୃଣକ କାହାକୁ କହନ୍ତି ? ସେଗୁଡିକୁ କିପରି ଦମନ କରାଯାଏ ?
   ଉତ୍ତର : ଜମିରେ ଫସଲ ସହିତ ଆପେ ଆପେ ବଢିଥିବା ଅନାବନା ଉଦ୍ଭିଦ ଓ ଘାସକୁ ତୃଣକ କୁହାଯାଏ । ଏହାକୁ ନିର୍ମୂଳରୁ ଶେଷ କରିବା ପଦ୍ଧତିକୁ ତୃଣକ ଦମନ କୁହାଯାଏ । ଏହାକୁ କୃଷକ ବିଭିନ୍ନ ଉପାୟରେ ଦମନ କରିଥାଏ । ମଞ୍ଜି ବୁଣିବା ସମୟରେ ତୃଣକ ଗୁଡିକ ଲଙ୍ଗଳ ଦ୍ଵାରା ଆପେ ଉପୁଡିଯାନ୍ତି ଓ ଶୁଖି ମାଟିରେ ମିଶିଯାନ୍ତି । ତୃଣକ ଗୁଡିକୁ ହାତରେ, ଖୁରୁପି ଦ୍ଵାରା କିମ୍ବା ତୃଣକମାରୀ ପ୍ରୟୋଗ କରି ଫୁଲ ଓ ମଞ୍ଜି ଧରିବା ପୂର୍ବରୁ ଏଗୁଡ଼ିକୁ ଦମନ କରାଯାଏ ।

୧୧) ଆଖୁ ଉତ୍ପାଦନର ଫ୍ଲୋ ଚାର୍ଟ ଦେଖାଇବା ପାଇଁ ନିମ୍ନଲିଖିତ ବାକ୍ସଗୁଡିକ କ୍ରମ ଅନୁସାରେ ସଜାଅ ।
ଆଖୁ କାରଖାନାକୁ ପଠାଇବା ଜଳସେଚନ ଅମଳ ଲଗାଇବା
ମୃତ୍ତିକା ପ୍ରସ୍ତୁତି ହଳ କରିବା ସାର ପ୍ରୟୋଗ
   ଉତ୍ତର : [ ହଳ କରିବା ] ---> [ ମୃତ୍ତିକା ପ୍ରସ୍ତୁତି ] ---> [ ଲଗାଇବା ] ---> [ ସାର ପ୍ରୟୋଗ ] ---> [ ଜଳ ସେଚନ ] ---> [ ଅମଳ ] ---> [ ଆଖୁ କାରଖାନାକୁ ପଠାଇବା ]

୧୨) ନିମ୍ନରେ ଦିଆଯାଇଥିବା ସୂତ୍ର ପ୍ରୟୋଗ କରି ଶବ୍ଦ ଧନ୍ଦା ପୂରଣ କର ।
  • ଉପରୁ ତଳକୁ
    1. ଜମିକୁ ଚାଷ କରିବା
    2. ଅଣୁଜୀବ ଦ୍ଵାରା ପଚିସଢି ଯିବା
  • ବାମରୁ ଡାହାଣକୁ
    1. ଜମିକୁ ପାଣି ମଡାଇବା
    2. ଅନାବନା ଗଛକୁ ନିର୍ମୂଳ କରିବା
1ହ 2
1 ସେ
ରି
2ବା ଛି ବା
ଓଡ଼ିଆସାଥୀ

ହେ ପାଠକବନ୍ଧୁ, ଆମ ଏହି ୱେବସାଇଟଟିକୁ ଆସନ୍ତୁ ଓ ଆପଣମାନଙ୍କ ମନ ପସନ୍ଦର ଲେଖାଗୁଡିକୁ ପଢନ୍ତୁ, ମଜା ନିଅନ୍ତୁ, କିଛି ଶିଖନ୍ତୁ ଓ ନିଜ ସାଙ୍ଗ କିମ୍ବା ସମ୍ପର୍କୀୟମାନଙ୍କ ସହ ଶେୟାର କରନ୍ତୁ ।

Post a Comment

ଦୟାପୂର୍ବକ କୌଣସି SPAM LINK ଲେଖନ୍ତୁ ନାହିଁ ।

ପୂର୍ବବର୍ତ୍ତୀ ଲେଖା ପରବର୍ତ୍ତୀ ଲେଖା