୧. ଶୂନ୍ୟସ୍ଥାନ ପୂରଣ କର ।
(କ) ଅଣୁଜୀବମାନଙ୍କୁ ଆମେ ଅଣୁବୀକ୍ଷଣ ଯନ୍ତ୍ର ସହାୟତାରେ ଦେଖିପାରୁ ।
(ଖ) ମାଟିର ଉର୍ବରତା ବୃଦ୍ଧି ପାଇଁ ନୀଳହରିତ ଶୈବାଳ ବାୟୁମଣ୍ଡଳରୁ ସିଧାସଳଖ ଯବକ୍ଷାରଜାନ ବିବନ୍ଧନ କରିଥାଆନ୍ତି ।
(ଗ) ସୁରାସାର ଇଷ୍ଟ ସହାୟତାରେ ପ୍ରସ୍ତୁତ ହୋଇଥାଏ ।
(ଘ) ହଇଜା ବୀଜାଣୁ ଦ୍ଵାରା ସୃଷ୍ଟି ହୋଇଥାଏ ।
୨. ଠିକ ଉତ୍ତର ପାଖେ ଠିକ ଚିହ୍ନ ଦିଅ ।
(କ) କଣ ପ୍ରସ୍ତୁତ କରିବା ପାଇଁ ଇଷ୍ଟ ଦରକାର ହୋଇଥାଏ ।
(i) ଚିନି, (ii) ସୁରାସାର, (iii) ହାଇଡ୍ରୋକ୍ଳୋରିକ ଏସିଡ, (iv) ଅମ୍ଳଜାନ
(ଖ) ନିମ୍ନ ପ୍ରଦତ୍ତ ମଧ୍ୟରୁ କେଉଁଟି ଜୀବଘ୍ନ ?
(i) ସୋଡିଅମ ବାଇକାର୍ବୋନେଟ, (ii) ଷ୍ଟ୍ରେପ୍ଟୋମାଇସିନ, (iii) ସୁରାସାର, (iv) ଇଷ୍ଟ
(ଗ) କିଏ ମ୍ୟାଲେରିଆ ଜ୍ଵର ଉପୁଯାଉଥିବା ଆଦିପ୍ରାଣୀର ବାହକ ?
(i) ମାଈ ଏନୋଫିଲିଶ ମଶା, (ii) ଅସରପା, (iii) ମାଛି, (iv) ପ୍ରଜାପତି
(ଘ) କିଏ ସଂକ୍ରାମକ ରୋଗର ସବୁଠାରୁ ସାଧାରଣ ବାହକ ?
(i) ପିମ୍ପୁଡି, (ii) ମାଛି, (iii) କଙ୍କି, (iv) ବୁଢିଆଣୀ
(ଙ) ପାଉଁରୁଟି କିମ୍ବା ଇଡଲି ପିଠଉ କାହାଦ୍ଵାରା ଫୁଲିଥାଏ ?
(i) ଉତ୍ତାପ, (ii) ପେଷିବା, (iii) ଇଷ୍ଟ ଜୀବକୋଷର ବୃଦ୍ଧି, (iv) ଘାଣ୍ଟିବା
(ଚ) ଚିନିକୁ ସୁରାସାରରେ ପରିଣତ କରିବା ପ୍ରକ୍ରିୟାକୁ କଣ କୁହାଯାଏ ?
(i) ଯବକ୍ଷାରଜାନ ବିବନ୍ଧନ, (ii) ସଂକ୍ରମଣ, (iii) କିଣ୍ୱନ, (iv) ସଞ୍ଚରଣ
୩. 'କ' ସ୍ତମ୍ଭରେ ଥିବା ଜୀବମାନଙ୍କୁ 'ଖ' ସ୍ତମ୍ଭରେ ଥିବା ସେମାନଙ୍କ କାର୍ଯ୍ୟ ସହ ମିଳାଅ ।
'କ' ସ୍ତମ୍ଭ | 'ଖ' ସ୍ତମ୍ଭ |
ବୀଜାଣୁ | ହଇଜାର କାରଣ |
ରାଇଜୋବିୟମ | ଯବକ୍ଷାରଜାନ ବିବନ୍ଧନ |
ଲାକ୍ଟୋବାସିଲସ | ବସାଦହି ତିଆରି |
ଇଷ୍ଟ | ପାଉଁରୁଟି ପ୍ରସ୍ତୁତି |
ଆଦିପ୍ରାଣୀ | ମ୍ୟାଲେରିଆ ଜ୍ଵରର କାରଣ |
ଭୂତାଣୁ | ଏଡ୍ସର କାରଣ |
୪. ଅଣୁଜୀବମାନଙ୍କୁ ଖାଲି ଆଖିରେ ଦେଖିହେବ କି ? ଯଦି ନା, ତେବେ କାହା ସାହାଯ୍ୟ ରେ ସେଗୁଡିକୁ ଦେଖିପାରିବା ?
ଉତ୍ତର: ଅଣୁଜୀବମାନଙ୍କର ଆକାର ଏତେ ଛୋଟ ଯେ ସେମାନଙ୍କୁ ଖାଲି ଆଖିରେ ଦେଖିବା ସମ୍ଭବପର ନୁହେଁ । ପାଉଁରୁଟିରେ ବଢୁଥିବା କବକକୁ ଆମେ ଉତ୍ତାଳ ଯବକାଚ ଦ୍ଵାରା ଦେଖିପାରିବା । ଏହା ଛଡା ଅନ୍ୟ ଅଣୁଜୀବମାନଙ୍କୁ ଅଣୁବୀକ୍ଷଣ ଯନ୍ତ୍ର ଦ୍ଵାରା ହିଁ ଦେଖିପାରିବା ।
୫. ଅଣୁଜୀବମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରଧାନ ଶ୍ରେଣୀଗୁଡିକ କଣ ?
ଉତ୍ତର: ଅଣୁଜୀବମାନଙ୍କୁ ମୁଖ୍ୟତଃ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି । ଯଥା -
(i) ବୀଜାଣୁ (Bacteria)
(ii) କବକ (Fungi)
(iii) ଆଦିପ୍ରାଣୀ (Protozoa)
(iv) ଶୈବାଳ (Algae)
୬. ମାଟିରେ ଯବକ୍ଷାରଜାନ ବିବନ୍ଧନ କରୁଥିବା ଅନୁଜୀବର ନାମ ଲେଖ ।
ଉତ୍ତର: ମାଟିରେ ଯବକ୍ଷାରଜାନ ବିବନ୍ଧନ କରୁଥିବା ଅଣୁଜୀବ ମାନେ ହେଲେ - ରାଇଜୋବିୟମ, କ୍ଲୋଷ୍ଟ୍ରିଡିୟମ ଓ ଆଜାଟୋବ୍ୟାକ୍ଟର ।
୭. ଆମ ପାଇଁ ଅଣୁଜୀବଗୁଡିକର ଉପକାରିତା ସମ୍ବନ୍ଧରେ ଦଶଧାଡ଼ିରେ ଲେଖ ।
ଉତ୍ତର: ଅଣୁଜୀବ ଗୁଡିକର ଉପକାରିତା :
(i) ଲାକ୍ଟୋବାସିଲସ ନାମକ ବୀଜାଣୁ କ୍ଷୀରକୁ ଦହିରେ ପରିଣତ କରେ ।
(ii) କିଣ୍ୱନ ପ୍ରକ୍ରିୟାରେ ଇଷ୍ଟ ଦ୍ଵାରା ଶର୍କରାରୁ ସୁରାସାର ପ୍ରସ୍ତୁତ କରାଯାଏ ।
(iii) ବୀଜାଣୁ ଓ କବକମାନଙ୍କୁ ବ୍ୟବହାର କରି ଜୀବଘ୍ନ ପ୍ରସ୍ତୁତ କରାଯାଏ ।
(iv) ଟୀକା ମାଧ୍ୟମରେ ଶରୀରରେ ପ୍ରତିପିଣ୍ଡ ସୃଷ୍ଟି କରି ରୋଗକାରୀ ଅଣୁଜୀବ ମାନଙ୍କ ଦାଉରୁ ରକ୍ଷା କରନ୍ତି ।
(v) ରାଇଜୋବିୟମ ବୀଜାଣୁ ବାୟୁମଣ୍ଡଳରୁ ଯବକ୍ଷାରଜାନ ଆଣି ଡାଲି ଜାତୀୟ ଉଦ୍ଭିଦକୁ ଯୋଗାଇଥାଏ ।
(vi) ଏସିଟିକ ଅମ୍ଳ ଓ ଆଲକହଲ ତିଆରିରେ ଏସିଟୋବ୍ୟାକ୍ଟର୍ ନାମକ ବୀଜାଣୁ ବ୍ଯବହୃତ ହୋଇଥାଏ
(vii) ପାଉଁରୁଟି, ଚକୁଳି, ଇଡଲି ଓ କେକ୍ ଭଳି ଖାଦ୍ଯ ପ୍ରସ୍ତୁତିରେ ଏମାନେ ସାହାଯ୍ୟ କରନ୍ତି ।
(viii) ବୀଜାଣୁମାନେ ମୃତ ଶରୀର ଓ ଆବର୍ଜନା ଗୁଡିକୁ ବିଘଟନ କରାଇ ସୁସ୍ଥ ପରିବେଶ ଗଠନରେ ସହାୟକ ହୁଅନ୍ତି ।
୮. ଜୀବଘ୍ନ କଣ ? ଏହାର ବ୍ୟବହାର ପାଇଁ କି କି ସତର୍କତା ନିଆଯାଇଥାଏ ?
ଉତ୍ତର: ଜୀବଘ୍ନ: ଶରୀରରେ ବୃଦ୍ଧି ପାଉଥିବା ରୋଗକାରକ ଅଣୁଜୀବମାନଙ୍କୁ ମାରିବା କିମ୍ବା ତାଙ୍କ ବଂଶବୃଦ୍ଧିକୁ ରୋକିବା ପାଇଁ କେତେକ ଉପକାରୀ ଅଣୁଜୀବମାନଙ୍କୁ ଆମ ଶରୀର ମଧ୍ୟକୁ ଛଡ଼ାଯାଏ । ସେମାନଙ୍କୁ ନେଇ ତିଆରି ହୋଇଥିବା ଔଷଧକୁ ଜୀବଘ୍ନ କୁହାଯାଏ ।
ସତର୍କତା: (i) ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାର ବ୍ୟବହାର କରିବା ଉଚିତ ।
(ii) ଉଚିତ ମାତ୍ରାରେ ଏହାର ସେବନ କଲେ, ଏହା ଫଳପ୍ରଦ ହୋଇଥାଏ ।
(iii) ଆବଶ୍ୟକ ନଥିଲାବେଳେ ଏହାର ବ୍ୟବହାର କଲେ, ଆମ ଶରୀରରେ ଥିବା ଉପକାରୀ ବୀଜାଣୁମାନଙ୍କୁ ମଧ୍ୟ ଏମାନେ ମାରିଦିଅନ୍ତି ।
-----xxxxx-----
ଟ୍ୟାଗ୍ :
ଇ-ଶିକ୍ଷା