ସଂଶ୍ଲେଷିତ ତନ୍ତୁ ଓ ପ୍ଲାଷ୍ଟିକ୍ସ - ବିଜ୍ଞାନ - ଅଷ୍ଟମ ଶ୍ରେଣୀ

 

ଇମେଜ : ସଂଶ୍ଲେଷିତ ତନ୍ତୁ ଓ ପ୍ଲାଷ୍ଟିକ୍ସ - ବିଜ୍ଞାନ - ଅଷ୍ଟମ ଶ୍ରେଣୀ

ପାଠ୍ୟପୁସ୍ତକ ପ୍ରଶ୍ନୋତ୍ତର

୧. ଶୂନ୍ୟସ୍ଥାନ ପୂରଣ ପାଇଁ ଆବଶ୍ୟକୀୟ ଶବ୍ଦ/ଶବ୍ଦପୁଞ୍ଜଟିକୁ ଲେଖ ।
    (i) କୃତ୍ରିମ ତନ୍ତୁକୁ ସଂଶ୍ଳେଷିତ ତନ୍ତୁ ଏବଂ ପଲିମର ତନ୍ତୁ ମଧ୍ୟ କୁହାଯାଏ ।
    (ii) ପ୍ରଥମ ସଂଶ୍ଳେଷିତ ତନ୍ତୁ ହେଉଛି ନାଇଲନ
    (iii) କୃତ୍ରିମ ତନ୍ତୁ ଭଳି ପ୍ଲାଷ୍ଟିକ୍ସ ମଧ୍ୟ ପଲିମର ଅଟେ ।
    (iv) ପଲିମରର ପ୍ରତ୍ୟେକ ଅଂଶକୁ ଏକକ କୁହାଯାଏ ।

୨. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ ଉତ୍ତରଟିକୁ ବାଛି ଲେଖ ।
     (i) କେଉଁଟି ବସ୍ତ୍ର ରୂପେ ଏବଂ କାଚ ପରିବର୍ତ୍ତେ ବ୍ୟବହୃତ ହେଉଛି ?
        (କ) ଫର୍ମିକା, (ଖ) ମେଲାମାଇନ, (ଗ) ପଲିଷ୍ଟିରିନ, (ଘ) ଏକ୍ରିଲିକ
    (ii) କେଉଁଟି ନନଷ୍ଟିକ ବାସନରେ ବ୍ୟବହୃତ ହେଉଛି ?
        (କ) ପି.ଭି.ସି., (ଖ) ଟେଫଲନ, (ଗ) ବେକେଲାଇଟ, (ଘ) ଫର୍ମିକା
    (iii) ଇଲେକ୍ଟ୍ରିକ ସୁଇଚ, ପ୍ଲଗ, ଆଦି କେଉଁଟିରୁ ପ୍ରସ୍ତୁତ ହେଉଛି ?
        (କ) ମେଲାମାଇନ, (ଖ) ବେକେଲାଇଟ, (ଗ) ପଲିଷ୍ଟିରିନ, (ଘ) ପଲିପ୍ରପୀନ
    (iv) କେଉଁଟିରୁ କାନ୍ଥରେ ବ୍ୟବହୃତ ଟାଇଲ ପ୍ରସ୍ତୁତ ହୁଏ ?
        (କ) ଫର୍ମିକା, (ଖ) ମେଲାମାଇନ, (ଗ) ଟେଫଲନ, (ଘ) ପଲିଷ୍ଟିରିନ

୩. ନିମ୍ନୋକ୍ତ ମଧ୍ୟରୁ କେଉଁଗୁଡିକ 'ପୁନଃଚକ୍ରଣ ଯୋଗ୍ୟ' ଏବଂ କେଉଁଗୁଡିକ 'ପୁନଃଚକ୍ରଣ ଅଯୋଗ୍ୟ' ପ୍ଲାଷ୍ଟିକ ଅଲଗା ଅଲଗା ତାଲିକା କର ।
    (ଟେଲିଫୋନ ଯନ୍ତ୍ରପାତି, ପ୍ଲାଷ୍ଟିକ ଖେଳଣା, ରୋଷେଇ ବାସନର ହ୍ୟାଣ୍ଡେଲ, ଡ଼ଟ ପେନ୍, ଚୌକି, ବିଦ୍ୟୁତ ତାରର ବାହ୍ୟ ଆବରଣ, ବିଦ୍ୟୁତ ସୁଇଚ)
    ଉତ୍ତର:
ପୁନଃଚକ୍ରଣ ଯୋଗ୍ୟ ପ୍ଲାଷ୍ଟିକ୍ସପୁନଃଚକ୍ରଣ ଅଯୋଗ୍ୟ ପ୍ଲାଷ୍ଟିକ୍ସ
ପ୍ଲାଷ୍ଟିକ ଖେଳଣାଟେଲିଫୋନ ଯନ୍ତ୍ରପାତି
ଚୌକିରୋଷେଇ ବାସନର ହ୍ୟାଣ୍ଡେଲ
ବିଦ୍ୟୁତ ତାରର ବାହ୍ୟ ଆବରଣବିଦ୍ୟୁତ ସୁଇଚ
ଡ଼ଟ ପେନ୍

୪. ନିମ୍ନୋକ୍ତ ଜିନିଷ ଗୁଡିକ ଥର୍ମୋସେଟିଙ୍ଗ ପ୍ଲାଷ୍ଟିକରୁ କାହିଁକି ପ୍ରସ୍ତୁତ କରାଯାଏ ?
    (i) ସସପ୍ୟାନ, ତାୱା, ପ୍ରେସର କୁକରର ହ୍ୟାଣ୍ଡେଲ
    (ii) ବିଦ୍ୟୁତ ପ୍ଲଗ, ସୁଇଚ, ପ୍ଲଗ ଓ ସୁଇଚ ବୋର୍ଡ
    ଉତ୍ତର : ଏଥିରେ ବେକେଲାଇଟ ପ୍ଲାଷ୍ଟିକ୍ସର ବ୍ୟବହାର କରାଯାଏ । ଯାହା ଉତ୍ତପ୍ତ ହେଲେ ମଧ୍ୟ ନରମ ହୁଏ ନାହିଁ । ଏଗୁଡିକ ବିଦ୍ୟୁତ କୁପରିବାହୀ ଅଟେ ଏବଂ ଏହାର ତାପ ସହନଶୀଳ ଗୁଣ ରହିଥାଏ ।

୫. ନାଇଲନ ତନ୍ତୁ ଖୁବ ଶକ୍ତ ବୁଝାଇବା ପାଇଁ ଦୁଇଟି ଉଦାହରଣ ଲେଖ ।
    ଉତ୍ତର : (i) ନାଇଲନ ତନ୍ତୁକୁ ପର୍ବତାରୋହଣ ପାଇଁ ଦଉଡି ଏବଂ
(ii) ଆକାଶଛତା ତିଆରି ହୁଏ ।
    ଏହାର ବ୍ୟବହାରରୁ ଜାଣିପାରିବା ଯେ ନାଇଲନ ତନ୍ତୁ ଖୁବ ଶକ୍ତ, ହାଲୁକା ଏବଂ ସ୍ଥିତିସ୍ଥାପକତା ଅଟେ ।

୬. ରେୟନକୁ କୃତ୍ରିମ ତନ୍ତୁ କୁହାଯାଏ କାହିଁକି ବୁଝାଅ ।
    ଉତ୍ତର : ନରମ କାଠକୁ ଛୋଟ ଛୋଟ ଖଣ୍ଡକରି ପେଷ୍ଟ ତିଆରି କରାଯାଏ । ଯାହାକୁ କାଠମଣ୍ଡ କୁହାଯାଏ । ସେଥିରେ ଥିବା ଅଶୁଦ୍ଧ ସେଲୁଲୋଜକୁ କେତେକ ରାସାୟନିକ ପ୍ରକ୍ରିୟା ଦ୍ଵାରା ବିଶୁଦ୍ଧ କରି ସେଥିରୁ ସୂକ୍ଷ୍ମ ରେୟନ ପ୍ରସ୍ତୁତ କରାଯାଏ । ଏହା ପ୍ରାକୃତିକ ରେଶମ ତନ୍ତୁ ଭଳି ଚକ୍ ଚକ୍ ଦେଖାଯାଉଥିବାରୁ ଏହାକୁ କୃତ୍ରିମ ରେଶମ ତନ୍ତୁ କୁହାଯାଏ ।

୭. ଶୀଲା ଓ ଇଲା ଖରାଦିନେ ପିନ୍ଧିବାପାଇଁ ପୋଷାକ କିଣିବାକୁ ଦୋକାନକୁ ଗଲେ । ସେମାନଙ୍କ ପାଇଁ କେଉଁ କପଡ଼ାର ପୋଷାକ ଆରାମଦାୟକ ହେବ, କାରଣ ସହ ଆଲୋଚନା କର ।
    ଉତ୍ତର : ପ୍ରାକୃତିକ ତନ୍ତୁ କପାରୁ ତିଆରି ବସ୍ତ୍ର ଖରାଦିନେ ପିନ୍ଧିବାପାଇଁ ଆରାମଦାୟକ ଅଟେ ଅବଂ ଏହା ଶରୀରରୁ ନିର୍ଗତ ଝାଳ କୁ ଅବଶୋଷଣ କରିନେଇଥାଏ । ତେଣୁ କପାସୂତା ତିଆରି ବସ୍ତ୍ର ଶିଲା ଓ ଇଲା ପାଇଁ ଆରାମଦାୟକ ହେବ ।

୮. ରୋଷେଇ କରିବା ସମୟରେ କେଉଁ କପଡାର ପୋଷାକ ନିରାପଦ ବୁଝାଅ ।
    ଉତ୍ତର : ରୋଷେଇ କରିବା ସମୟରେ କେବଳ କପାସୂତା ବସ୍ତ୍ର ନିରାପଦ ଅଟେ । କାରଣ କପାସୂତା ବସ୍ତ୍ର ରେ ନିଆଁ ଲାଗିଲେ ତାହା ପୋଡି ପାଉଁଶ ହୋଇଥାଏ । କିନ୍ତୁ କପାସୂତା ବ୍ୟତୀତ ଅନ୍ୟାନ୍ୟ କପଡାର ବସ୍ତ୍ରରେ ନିଆଁ ଲାଗିଲେ ତାହା ତରଳି ଶରୀରର ଚର୍ମରେ ଲାଖି ରହିଯିବାର ଯଥେଷ୍ଟ ସମ୍ଭାବନା ଥାଏ । ଯାହା ଫଳରେ ଚିକିତ୍ସା ସମୟରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ।

୯. ଥର୍ମୋପ୍ଲାଷ୍ଟିକ୍ସ ଓ ଥର୍ମୋସେଟିଙ୍ଗ ପ୍ଲାଷ୍ଟିକ୍ସ ମଧ୍ୟରେ ପାର୍ଥକ୍ୟ ଲେଖ ।
    ଉତ୍ତର :
ଥର୍ମୋପ୍ଲାଷ୍ଟିକ୍ସ ଥର୍ମୋସେଟିଙ୍ଗ ପ୍ଲାଷ୍ଟିକ୍ସ
  • ଏହାକୁ ଉତ୍ତପ୍ତ କଲେ ନରମ ହୁଏ । ଥଣ୍ଡା କଲେ ପୁଣି କଠିନ ହୋଇଯାଏ ।
  • ଏହାକୁ ଉତ୍ତପ୍ତ କଲେ ନରମ କିମ୍ବା ତରଳ ହୁଏ ନାହିଁ ।
  • ଏଗୁଡିକର ଭୌତିକ ପରିବର୍ତ୍ତନ ପ୍ରତ୍ୟାବର୍ତ୍ତୀ ଅଟେ ।
  • ଏଗୁଡିକର ଭୌତିକ ପରିବର୍ତ୍ତନ ଅପ୍ରତ୍ୟାବର୍ତ୍ତୀ ଅଟେ ।
  • ଏଥିରେ "ରୈଖିକ ଏକକ ସଜ୍ଜା" ରହିଥାଏ ।
  • ଏଥିରେ "କ୍ରସଲିଙ୍କଡ଼୍ ଏକକ ସଜ୍ଜା" ରହିଥାଏ ।
  • ଉଦାହରଣ - ପଲିଥିନ୍, ଥର୍ମୋକଲ୍, ପି.ଭି.ସି., ଏକ୍ରିଲିକ୍, ଟେଫଲନ୍ ଇତ୍ୟାଦି ।
  • ଉଦାହରଣ - ବେକେଲାଇଟ୍, ମେଲାମାଇନ୍, ଫର୍ମିକା ଇତ୍ୟାଦି ।
  • ଏହା ପୁନଃ ଚକ୍ରଣ ଯୋଗ୍ୟ ଅଟେ ।
  • ଏହା ପୁନଃ ଚକ୍ରଣ ଅଯୋଗ୍ୟ ଅଟେ ।
୧୦. ଜୈବ ଅବକ୍ଷୟ ଯୋଗ୍ୟ ପଦାର୍ଥ ଏବଂ ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ ମଧ୍ୟରେ ପାର୍ଥକ୍ୟ ଲେଖ ।
    ଉତ୍ତର :
ଜୈବ ଅବକ୍ଷୟ ଯୋଗ୍ୟ ପଦାର୍ଥ ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ
  • ଯେଉଁ ପଦାର୍ଥ ଗୁଡିକ ପଚିଶଢି ମାଟିରେ ମିଶିପାରନ୍ତି, ସେଗୁଡିକୁ ଜୈବ ଅବକ୍ଷୟ ଯୋଗ୍ୟ ପଦାର୍ଥ କୁହାଯାଏ ।
  • ଯେଉଁ ପଦାର୍ଥ ଗୁଡିକ ପଚିଶଢି ନ ପାରି ମାଟିରେ ମିଶନ୍ତି ନାହିଁ, ତାହାକୁ ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ କୁହାଯାଏ ।
  • ଉଦାହରଣ - ଜୀବଜନ୍ତୁର ମଳ ଓ ମୂତ୍ର, ମୃତ ପ୍ରାଣୀ ଅବଶେଷ, ଡାଳପତ୍ର ।
  • ଉଦାହରଣ - ପ୍ଲାଷ୍ଟିକ୍ସ, ପଲିଥିନ,ଲୁହା, ଟିଣ, କାଚ ଓ ରବର ।
  • ଏହା ଅଣୁଜୀବମାନଙ୍କ ଦ୍ଵାରା ବିଘଟିତ ହୋଇଥାନ୍ତି ।
  • ଏହା ଅଣୁଜୀବମାନଙ୍କ ଦ୍ଵାରା ବିଘଟିତ ହୋଇନଥାନ୍ତି ।
  • ଏଗୁଡିକ ମୃତ୍ତିକା ପ୍ରଦୂଷଣ କରନ୍ତି ନାହିଁ ।
  • ଏଗୁଡିକ ମୃତ୍ତିକା ପ୍ରଦୂଷଣ କରନ୍ତି ।
୧୧. ପୁନଃ ଚକ୍ରଣ ଯୋଗ୍ୟ ପଦାର୍ଥ ଏବଂ ପୁନଃ ଚକ୍ରଣ ଅଯୋଗ୍ୟ ପଦାର୍ଥ ମଧ୍ୟରେ ପାର୍ଥକ୍ୟ ଲେଖ ।
    ଉତ୍ତର :
ଜୈବ ଅବକ୍ଷୟ ଯୋଗ୍ୟ ପଦାର୍ଥ ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ
  • ଯେଉଁ ପଦାର୍ଥ ଗୁଡିକୁ ରାସାୟନିକ ପ୍ରକ୍ରିୟା ଦ୍ଵାରା ପୁନଃ ବ୍ୟବହାର ଯୋଗ୍ୟ ପଦାର୍ଥ ତିଆରି କରାଯାଏ, ସେଗୁଡିକୁ ପୁନଃ ଚକ୍ରଣ ଯୋଗ୍ୟ ପଦାର୍ଥ କୁହାଯାଏ ।
  • ଯେଉଁ ପଦାର୍ଥ ଗୁଡିକୁ ପୁନଃ ବ୍ୟବହାର ଯୋଗ୍ୟ ପଦାର୍ଥରେ ପରିଣତ କରିହୁଏ ନାହିଁ, ସେଗୁଡିକୁ ପୁନଃ ଚକ୍ରଣ ଅଯୋଗ୍ୟ ପଦାର୍ଥ କୁହାଯାଏ ।
  • ଉଦାହରଣ - ଥର୍ମୋପ୍ଲାଷ୍ଟିକ୍ସ, ଲୁହା, କାଗଜ, କାଚ ଇତ୍ୟାଦି ।
  • ଉଦାହରଣ - ଥର୍ମୋସେଟିଙ୍ଗ ପ୍ଲାଷ୍ଟିକ୍ସ, ପଲିଥିନ ।
୧୨. ପଲିମର କଣ ? ଗୋଟିଏ ଉଦାହରଣ ଦେଇ ବୁଝାଅ ।
    ଉତ୍ତର : ପଲିମର : ଏହି ଶବ୍ଦଟି ଦୁଇଟି ଶବ୍ଦ ପଲି(Poly) ଓ ମର(mer) କୁ ନେଇ ଗଠିତ । ଯାହାର ଅର୍ଥ ବହୁ ସଂଖ୍ୟକ ଏକା ପ୍ରକାରର ଅଣୁ । ଉଦାହରଣ : - କପା ତନ୍ତୁ ଓ ରେୟନ ତନ୍ତୁ ।

୧୩. କୃତ୍ରିମ ତନ୍ତୁ ଉତ୍ପାଦନ ଜଙ୍ଗଲ ସଂରକ୍ଷଣର ସହାୟକ କି ? ଦଶଟି ବାକ୍ୟରେ ଆଲୋଚନା କର ।
    ଉତ୍ତର : ହଁ, କୃତ୍ରିମ ତନ୍ତୁ ଜଙ୍ଗଲ ସଂରକ୍ଷଣରେ ସହାୟକ ହୋଇଥାଏ । କପା ଓ ଝୋଟ ଭଳି ପ୍ରାକୃତିକ ତନ୍ତୁ ବଦଳରେ ରେୟନ, ନାଇଲନ, ପଲିଷ୍ଟର ଏବଂ ଏକ୍ରିଲିକ ଆଦି ତନ୍ତୁର ଚାହିଦା ବେଶୀ । ତେଣୁ ପ୍ରାକୃତିକ ତନ୍ତୁରୁ ତିଆରି ବସ୍ତୁ ବା ବସ୍ତ୍ରର ବ୍ୟବହାର କମ ହେଉଛି । ଯାହା ଫଳରେ ଜଙ୍ଗଲ ସଂରକ୍ଷଣ ହୋଇପାରୁଛି । କୃତ୍ରିମ ତନ୍ତୁ ରାସାୟନିକ ପ୍ରକ୍ରିୟାରେ ତିଆରି ହେଉଛି । ଆମେ ବହୁଳ ମାତ୍ରାରେ ବ୍ୟବହାର କରୁଥିବା ପଲିଥିନ ମଧ୍ୟ କୃତ୍ରିମ ତନ୍ତୁରେ ତିଆରି କରାଯାଏ । ଯଦି ଏହା କୌଣସି ଜଙ୍ଗଲଜାତ ଦ୍ରବ୍ୟ ଦ୍ଵାରା ପ୍ରସ୍ତୁତ ହୋଇଥାନ୍ତା ତେବେ ଆମେ ଜଙ୍ଗଲ ସଂରକ୍ଷଣ କରିପାରନ୍ତେ ନାହିଁ । ପ୍ରାକୃତିକ ତନ୍ତୁ ତିଆରି ପାଇଁ ଆମ ପରିବଶରେ କଞ୍ଚାମାଲ କମ ପରିମାଣରେ ଉପଲବ୍ଧ । ତେଣୁ କୃତ୍ରିମ ତନ୍ତୁ ଅପେକ୍ଷା ପ୍ରାକୃତିକ ତନ୍ତୁରେ ତିଆରି ବସ୍ତ୍ର ବା ବସ୍ତୁର ମୂଲ୍ୟ ଅଧିକ । ଯାହାର ପ୍ରଭାବରେ ମଧ୍ୟ ଲୋକେ କୃତ୍ରିମ ତନ୍ତୁରୁ ତିଆରି ଜିନିଷ ବ୍ୟବହାର କରୁଛନ୍ତି ଏବଂ ଜଙ୍ଗଲ ସଂରକ୍ଷଣ ହୋଇପାରୁଛି ।

୧୪. "ପ୍ଲାଷ୍ଟିକ୍ସ ଠାରୁ ଦୂରରେ ରୁହ" - ଏହି ଉକ୍ତିର ବିଜ୍ଞାନ ଭିତ୍ତିକ ତାତ୍ପର୍ଯ୍ୟ ଦଶଟି ବାକ୍ୟରେ ଆଲୋଚନା କର ।
    ଉତ୍ତର : ବର୍ତ୍ତମାନ ସମୟରେ ପ୍ଲାଷ୍ଟିକର ବ୍ୟବହାର ପ୍ରାୟ ସମସ୍ତ ଜିନିଷର ପ୍ୟାକିଂରେ ବ୍ୟବହୃତ ହେଉଛି । ଆମେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯାହା କିଛି ବି କରୁଛୁ ସମସ୍ତ କାର୍ଯ୍ୟରେ ପ୍ଲାଷ୍ଟିକର ବ୍ୟବହାର ହେଉଛି । ଏହା କେବଳ ଥରେ ମାତ୍ର ଉପଯୋଗରେ ଆସୁଥିବାରୁ ବ୍ୟବହାର ପରେ ଏହାକୁ ଆମେ ଫିଙ୍ଗି ଦେଇଥାଉ । ଯାହା ଫଳରେ ଆମ ପରିବେଶ ବହୁଳ ମାତ୍ରାରେ ପ୍ରଦୂଷିତ ହୋଇସାରିଛି । ଏହା ମୃତ୍ତିକାକୁ ପ୍ରଦୂଷଣ କରିବା ସହିତ ବାୟୁମଣ୍ଡଳକୁ ମଧ୍ୟ ପ୍ରଦୂଷିତ କରିଥାଏ । ଆମେ ଆମ ପରିବେଶରେ ଫିଙ୍ଗୁଥିବା ପ୍ଲାଷ୍ଟିକ୍ସ ଗୁଡିକୁ ଗାଈଗୋରୁ ମାନେ ଖାଇ ସେମାନେ ରାଗରେ ପୀଡ଼ିତ ହେଉଛନ୍ତି । ପ୍ଲାଷ୍ଟିକ୍ସ ଏକ ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ ହୋଇଥିବାରୁ ଏହା ମାଟିରେ ମିଶିପାରେ ନାହିଁ । ଏହାକୁ ଅଣୁଜୀବ ମାନେ ବିଘଟିତ କରିପାରନ୍ତି ନାହିଁ । ସହରାଞ୍ଚଳ ମାନଙ୍କରେ ଲୋକେ ଏହାକୁ ବିଭିନ୍ନ ନଦୀ, ନାଳ ରେ ପକାଉକଛନ୍ତି । ଯାହା ନଦୀଜଳ ସହିତ ଯାଇ ସମୁଦ୍ରରେ ମିଶୁଛି । ଯାହା ଫଳରେ ସାମୁଦ୍ରିକ ପ୍ରାଣୀମାନେ ମଧ୍ୟ ଏହି ପ୍ଲାଷ୍ଟିକ୍ସକୁ ଖାଇ ରୋଗର ଶିକାର ହେଉଛନ୍ତି । ଏହାକୁ ସୀମିତ କରିପାରିଲେ ହିଁ ଆମ ପରିବେଶ ସଫାସୁତୁରା ଏବଂ ସୁନ୍ଦର ଦେଖାଯିବ ।

୧୫. "ପ୍ଲାଷ୍ଟିକ୍ସ ମନୁଷ୍ୟର ଉତ୍ତମ ବନ୍ଧୁ, କିନ୍ତୁ ପରମ ଶତ୍ରୁ ।" - ଦଶଟି ବାକ୍ୟ ମଧ୍ୟରେ ଏହି ଉକ୍ତିର ସତ୍ୟତା ପ୍ରତିପାଦନ କର ।
    ଉତ୍ତର : ମଣିଷର ଏକ ଉତ୍ତମ ବନ୍ଧୁ ପ୍ଲାଷ୍ଟିକ୍ସକୁ କହିପାରିବା । କାରଣ ଏଥିରେ ତିଆରି ବସ୍ତୁର ମୂଲ୍ୟ ଧାତୁ ତିଆରି ମୂଲ୍ୟ ତୁଳନାରେ କମ ଅଟେ । ଏଗୁଡିକ ହାଲୁକା, ଅଭଙ୍ଗୁର, ଦୀର୍ଘସ୍ଥାୟୀ, ସୁନ୍ଦର ଓ ଶସ୍ତା ଅଟେ । ଏହାର ନମନୀୟତା ଗୁଣ ଯୋଗୁଁ ଏଥିରୁ ଅନେକ ଜିନିଷ ତିଆରି ହୋଇପାରେ । ଏହା ତାପ କୂପରିବାହୀ ହୋଇଥିବାରୁ ଏଗୁଡ଼ିକୁ ରୋଷେଇ ସାମଗ୍ରୀର ହ୍ୟାଣ୍ଡେଲ ଭାବରେ ବ୍ୟବହୃତ କରାଯାଏ । ଏହା ଅମ୍ଳ କିମ୍ବା କ୍ଷାର ସହିତ ଏହା କୌଣସି ପ୍ରତିକ୍ରିୟା କରେ ନାହିଁ ।
    ଏତିକି ଉପକାରୀ ହେବା ସତ୍ଵେ ଏଗୁଡିକ ମନୁଷ୍ୟର ପରମ ଶତ୍ରୁ ମଧ୍ୟ ଅଟେ । ମନୁଷ୍ୟମାନେ ଏହାର ବ୍ୟବହାର ପରେ ସମୁଦ୍ରରେ ବା ନଦୀନାଳରେ ଏଗୁଡ଼ିକୁ ଫିଙ୍ଗୁଥିବାରୁ ଏହାଦ୍ବାରା ଜଳଚର ଜୀବ ମାନେ ଏହାକୁ ଖାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏଗୁଡିକ ମାଟିରେ ମିଶି ପାରୁନଥିବାରୁ ମୃତ୍ତିକା ପପ୍ରଦୂଷିତ କରୁଛି । ବର୍ଷାଜଳ ମାଟିତଳକୁ ଯିବା ସମୟରେ ଅବରୋଧ କରୁଛି ଯାହା ଫଳରେ ଭୂତଳ ଜଳସ୍ତର କମୁଛି । ଏଗୁଡ଼ିକୁ ନିଆଁରେ ପୋଡ଼ିଲେ ବାୟୁ ପ୍ରଦୂଷଣ ମଧ୍ୟ ହେଉଛି ।

୧୬. "ପ୍ଲାଷ୍ଟିକ୍ସକୁ ପୋତିବା ଅନୁଚିତ ଏବଂ ପୋଡିବା ବି ଅନୁଚିତ" କାହିଁକି ବୁଝାଅ ।
    ଉତ୍ତର : ପ୍ଲାଷ୍ଟିକ୍ସକୁ ପୋତିବା ଅନୁଚିତ କାରଣ ଏହା ଏକ ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ ଅଟେ । ଯାହାକୁ ମାଟିରେ ପୋତିଲେ ମଧ୍ୟ ଅକ୍ଷୟ ଅବସ୍ଥାରେ ବର୍ଷ ବର୍ଷ ମୃତ୍ତିକାକୁ ପ୍ରଦୂଷିତ କରେ । ଏହା ସହ ବର୍ଷ ଜଳକୁ ମାଟିତଳକୁ ଯିବା ପାଇଁ ଅବରୋଧ କରୁଥିବାରୁ ଭୂତଳ ଜଳ ମଧ୍ୟ ହ୍ରାସ ପାଉଛି ।
    ଏହାକୁ ନ ପୋତି ପୋଡିବା ମଧ୍ୟ ଅନୁଚିତ ଅଟେ । କାରଣ ଏଥିରୁ ବାହାରୁଥିବା ଧୂଆଁ ବାୟୁ ପ୍ରଦୂଷଣ ଓ ବାୟୁକୁ ବିଷାକ୍ତ କରିଥାଏ । ପୋଡିବା ପରେ ବାହାରୁଥିବା କଠିନ ପଦାର୍ଥ ମୃତ୍ତିକା ପ୍ରଦୂଷଣ କରିଥାଏ । ତେଣୁ ଏଗୁଡ଼ିକୁ ପୋତିବା କିମ୍ବା ପୋଡିବା ଅନୁଚିତ ଅଟେ ।

୧୭. PVC ର ପୂରାନାମ ଇଂରାଜୀ ଓ ଓଡିଆରେ ଲେଖ ।
    ଉତ୍ତର :   PVC = Poly Vinyl Chloride (ପଲି ଭିନାଇଲ କ୍ଲୋରାଇଡ) ।

୧୮. PET ର ପୂରାନାମ ଇଂରାଜୀ ଓ ଓଡିଆରେ ଲେଖ ।
    ଉତ୍ତର :   PET = Poly Ethylene/Ethene Terepthalate (ପଲି ଏଥିଲିନ/ଏଥିନ ଟେରେପଥାଲେଟ) ।

୧୯. ବାମ ପାର୍ଶ୍ଵର ସମ୍ପର୍କକୁ ଲକ୍ଷ କରି ଦକ୍ଷିଣ ପାର୍ଶ୍ଵସ୍ଥ ଶୂନ୍ୟସ୍ଥାନ ପୂରଣ କର ।
    (a) ଥର୍ମୋପ୍ଲାଷ୍ଟିକ୍ସ : ରୈଖିକ ଏକକ ସଜ୍ଜା :: ଥର୍ମୋସେଟିଂ ପ୍ଲାଷ୍ଟିକ୍ସ : କ୍ରସଡଲିଙ୍କଡ ଏକକ ସଜ୍ଜା
    (b) ଥର୍ମୋପ୍ଲାଷ୍ଟିକ୍ସ : ପୁନଃ ଚକ୍ରଣ ଯୋଗ୍ୟ :: ଥର୍ମୋସେଟିଂ ପ୍ଲାଷ୍ଟିକ୍ସ : ପୁନଃ ଚକ୍ରଣ ଅଯୋଗ୍ୟ

-----xxxxx-----
ଓଡ଼ିଆସାଥୀ

ହେ ପାଠକବନ୍ଧୁ, ଆମ ଏହି ୱେବସାଇଟଟିକୁ ଆସନ୍ତୁ ଓ ଆପଣମାନଙ୍କ ମନ ପସନ୍ଦର ଲେଖାଗୁଡିକୁ ପଢନ୍ତୁ, ମଜା ନିଅନ୍ତୁ, କିଛି ଶିଖନ୍ତୁ ଓ ନିଜ ସାଙ୍ଗ କିମ୍ବା ସମ୍ପର୍କୀୟମାନଙ୍କ ସହ ଶେୟାର କରନ୍ତୁ ।

Post a Comment

ଦୟାପୂର୍ବକ କୌଣସି SPAM LINK ଲେଖନ୍ତୁ ନାହିଁ ।

ପୂର୍ବବର୍ତ୍ତୀ ଲେଖା ପରବର୍ତ୍ତୀ ଲେଖା