ପ୍ରାର୍ଥନା : ଅଖିଳ ବ୍ରହ୍ମାଣ୍ତ ପତି

କବି - ଭକ୍ତକବି ମଧୁସୂଦନ ରାଓ

ଅଖିଳ ବ୍ରହ୍ମାଣ୍ଡପତି                    ମୋ ଜୀବନସ୍ବାମୀ
ହେ ପରମ ପିତାମାତା                    ପ୍ରଭୁ ଅନ୍ତର୍ଯ୍ୟାମୀ,
ଧନ୍ୟ କରୁଣା ତୋହର,
ହେ କରୁଣାସିନ୍ଧୁ, କାହିଁ ତାର ପଟାନ୍ତର ।

ହେ ଆନନ୍ଦମୟ କୋଟି                    ଭୁବନ ପାଳକ,
ଅଧମ ଅକ୍ଷମ ମୁହିଁ                    ଅବୋଧ ବାଳକ,
ଜ୍ଞାନଦାତା ଭଗବାନ,
ଦିଅ ମୋତେ ଶୁଭବୁଦ୍ଧି, ଦିଅ ଦିବ୍ୟଜ୍ଞାନ ।

ସତ୍ୟ ପଥେ ଧର୍ମପଥେ                    ଘେନିଯାଅ ମୋତେ,
ଭସାଅ ପରାଣ ମୋର                    ତବ ପ୍ରେମସ୍ରୋତେ,
ପ୍ରଭୋ ପରମ ଶରଣ,
ଏ ଜୀବନ ଶ୍ରୀଚରଣେ, କଲି ସମର୍ପଣ ।

Post a Comment

ଦୟାପୂର୍ବକ କୌଣସି SPAM LINK ଲେଖନ୍ତୁ ନାହିଁ ।

ପୂର୍ବବର୍ତ୍ତୀ ଲେଖା ପରବର୍ତ୍ତୀ ଲେଖା