ଦେଶାତ୍ମବୋଧକ : ବନ୍ଦେ ଉତ୍କଳ ଜନନୀ

କବି - କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

        ବନ୍ଦେ ଉତ୍କଳ ଜନନୀ
        ଚାରୁ ହାସମୟୀ ଚାରୁ ଭାଷମୟୀ,
        ଜନନୀ ଜନନୀ ଜନନୀ ॥

                ପୂତ-ପୟୋଧି-ବିଧୌତ-ଶରୀରା,
                ତାଳତମାଳ-ସୁଶୋଭିତ-ତୀରା,
                ଶୁଭ୍ରତଟିନୀକୂଳ-ଶୀକର-ସମୀରା
                ଜନନୀ ଜନନୀ ଜନନୀ ॥

        ଘନ ଘନ ବନଭୂମି ରାଜିତ ଅଙ୍ଗେ,
        ନୀଳ ଭୂଧରମାଳା ସାଜେ ତରଙ୍ଗେ,
        କଳ କଳ ମୁଖରିତ ଚାରୁ ବିହଙ୍ଗେ
        ଜନନୀ ଜନନୀ ଜନନୀ ॥

                ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,
                ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
                ଯୋଗୀଋଷିଗଣ-ଊଟଜ-ପବିତ୍ରା
                ଜନନୀ ଜନନୀ ଜନନୀ ॥

        ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
        ଚାରୁକଳାବଳି-ଶୋଭିତ-ବେଶା,
        ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା
        ଜନନୀ ଜନନୀ ଜନନୀ ॥

                ଉତ୍କଳ ସୁରବର-ଦର୍ପିତ-ଗେହା,
                ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
                ବିଶ୍ଵଭୂମଣ୍ଡଳ-କୃତବର-ସ୍ନେହା
                ଜନନୀ ଜନନୀ ଜନନୀ ॥

        କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା
        ଭୁବନବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,
        ଧନ୍ୟେ, ପୁଣ୍ୟେ ଚିରଶରଣ୍ୟେ
        ଜନନୀ ଜନନୀ ଜନନୀ ॥|


ଓଡ଼ିଆସାଥୀ

ହେ ପାଠକବନ୍ଧୁ, ଆମ ଏହି ୱେବସାଇଟଟିକୁ ଆସନ୍ତୁ ଓ ଆପଣମାନଙ୍କ ମନ ପସନ୍ଦର ଲେଖାଗୁଡିକୁ ପଢନ୍ତୁ, ମଜା ନିଅନ୍ତୁ, କିଛି ଶିଖନ୍ତୁ ଓ ନିଜ ସାଙ୍ଗ କିମ୍ବା ସମ୍ପର୍କୀୟମାନଙ୍କ ସହ ଶେୟାର କରନ୍ତୁ ।

Post a Comment

ଦୟାପୂର୍ବକ କୌଣସି SPAM LINK ଲେଖନ୍ତୁ ନାହିଁ ।

ପୂର୍ବବର୍ତ୍ତୀ ଲେଖା ପରବର୍ତ୍ତୀ ଲେଖା